ଯାଜପୁର: ଚୋରି କରି ମାର୍ବଲ ବୋହି ନେଇଥିଲା ଚୋର, ଧରିଲା ସିସିଟିଭି

ଯାଜପୁର(କେନ୍ୟୁଜ):ମାର୍ବଲ ଦୋକାନରୁ ବାରମ୍ବାର ଟାଇଲ ଚୋରି ହେଉଥିଲା। ଶେଷରେ ଚୋରକୁ ଧରିଲା ସିସିଟିଭି କ୍ୟାମେରା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଂଚଳରେ। ସୂଚନା ମୁତାବକ କୁଆଖିଆ-ମଧୁବନ ରୋଡରେ ଥିବା ଏକ ମାର୍ବଲ ଦୋକାନରୁ ବାରମ୍ବାର ଚୋରି ହେଉଥିଲା। ଏନେଇ ଦୋକାନୀ ଜଣକ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନଥିଲା । ତେବେ ଗତ ରବିବାର ବିଳମ୍ବିତ ରାତିରେ ଉକ୍ତ ଦୋକାନରୁ ପ୍ରାୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକାରର ଟାଇଲ ଚୋରି ହୋଇଥିବା ନେଇ ଦୋକାନୀ ଜଣକ କୁଆଖିଆ ଥାନାରେ ପୁଣି ଅଭିଯୋଗ କରିଥିଲେ ।

jajpur thief 1

ଏପରିକି ଚୋରି ସମୟରେ ଥାକରୁ ପ୍ରାୟ ୪୦ହଜାର ଟଙ୍କା ମୂଲ୍ୟର ଟାଇଲ ଖସିପଡି ଭାଙ୍ଗି ନଷ୍ଟ ହୋଇଯାଇଥିବା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।ତେବେ ଚୋରି ହେଉଥିବା ବେଳର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇ ରହିଥିଲା। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ଚୋରକୁ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ପାଳସାହି ଗ୍ରାମର ପପିନା ପଣ୍ଡା । ଏଥିସହ ତା ନିକଟରୁ ଚୋରି ହୋଇଥିବା ଟାଇଲ ଗୁଡିକୁ ଜବତ କରିଛି । ଆଜି ଅଭିଯୁକ୍ତ ପପିନାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.