ନୂଆଁଖାଇ ପାଇଁ ଲଗ୍ନଧାର୍ଯ୍ୟ, ସେପ୍ଟେମ୍ବର ୩ ତାରିଖରେ ହେବ ନବାନ୍ନ ଲାଗି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ବାହାରିଲା ଲଗ୍ନଧାର୍ଯ୍ୟ । ଲଗ୍ନ ଧାର୍ଯ୍ୟ କଲେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ଓ ବ୍ରହ୍ମ ପଣ୍ଡିତ ମହାସଭା । ଆସନ୍ତା ସେପ୍ଟେମ୍ବର ୩ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମଧ୍ୟରେ ମା ସମଲେଇଙ୍କଠାରେ ରୀତିନୀତି ଅନୁସାରେ ନବାନ୍ନ ଲାଗି କରାଯିବ । ଏନେଇ ବ୍ରହ୍ମ ପଣ୍ଡିତ ମହାସଭା ପକ୍ଷରୁ ସୂଚନା ଦିଆଯାଇଛି । ମା ସମଲେଇଙ୍କ ରାଶି ନକ୍ଷତ୍ର ଗଣନା ପରେ ଲଗ୍ନ ଧାର୍ଯ୍ୟ କରାଯାଇଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.