ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡୁଆ: ବାନ୍ଧବୀ ସୋମାଲିକାଙ୍କ ଏତଲା ପଞ୍ଜିକୃତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ଘଟଣାରେ ବିଜୟଶଙ୍କରଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ଏତଲା ପଞ୍ଜିକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାନି ଲିଖିତ ଅଭିଯୋଗ ସହ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଆବେଦନକାରୀ ଦାଖଲ କରିବା ପରେ ଏତଲା ପଞ୍ଜିକରଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

ଏହାସହ ଏହି ମାମଲାରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମାଲିକାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ବିବାହ ପାଇଁ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉଭୟ ବିଜୟଶଙ୍କର ଓ ସୋମାଲିକା ଆବେଦନ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ବିବାହ ହୋଇ ପାରି ନଥିଲା । ଏହାପରେ ଜଗତସିଂହପୁର ଥାନାରେ ସୋମାଲିକାଙ୍କ ପକ୍ଷରୁ ବିଜୟଶଙ୍କରଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ୨୦୨୨ ମେ ୧୩ର ଏତଲା ପରେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.