ରାଜ୍ୟ

ଜେରା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ମିଶ୍ର, ଦୁଇ ଥର ଗର୍ଭପାତ କରିଥିବା ପୋଲିସକୁ କହିଛନ୍ତି ସୋମାଲିକା

କେନ୍ୟୁଜ୍(ବ୍ୟୁରୋ): ଜେରା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ମିଶ୍ର । ପ୍ରେମିକା ସୋମାଲିକାଙ୍କ ଏତଲା ଆଧାରରେ ମାମଲା ରୁଜୁ ହେବା ପରେ ବିଧାୟକଙ୍କ ଅଡୁଆ ବଢିବାରେ ଲାଗିଛି । ଅଭିଯୋଗକାରୀଙ୍କ ବୟାନ ରେକର୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛି ପୋଲିସ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ସୋମାଲିକାଙ୍କ ଡାକ୍ତରୀମାଇନା ହୋଇପାରେ । ଏହା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସିଆରପିସି ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯିବ ।

ତଥ୍ୟ ପ୍ରମାଣ ହାସଲ ପରେ ଖବ୍‌ଶୀଘ୍ର ବିଧାୟକ ବିଜୟ ଶଙ୍କରଙ୍କୁ ପୋଲିସ ଜେରା କରିବା ବୋଲି ଜଣାପଡ଼ିଛି । ପୋଲିସ ନିକଟରେ ସୋମାଲିକା ତାଙ୍କ ବୟାନରେ ବିସ୍ଫୋରକ ତଥ୍ୟ ରଖିଛନ୍ତି । ବିବାହର ପ୍ରତିଶ୍ରୁତି ଦେବା ସହ ଇଚ୍ଛା ବିରୋଧରେ ବିଧାୟକ ଦୁଇ ଥର ତାଙ୍କୁ ଦୁଷ୍କର୍ମ କରିଥିଲେ । ୨୦୧୮ ଓ ୨୦୨୧ରେ ଦୁଇ ଥର ଦୁଷ୍କର୍ମ ପରେ ଗର୍ଭପାତ କରିଥିବା ସେ ପୋଲିସକୁ କହିଛନ୍ତି । ଯେତେବେଳେ ବିବାହ ପ୍ରସ୍ତାବ ଦିଆଯାଏ ସେତେବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଅନ୍ତି ବିଧାୟକ । ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଗର୍ଲଫ୍ରେଣ୍ଡ ।

 

KNews Bureau

Recent Posts

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

3 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

23 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

24 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

56 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

1 hour ago