ଜୋର ଧରିଲା ଟିଟିଲାଗଡ଼କୁ ଜିଲ୍ଲା ଦାବି ଆନ୍ଦୋଳନ, ବନ୍ଦ ରହିଛି ସମସ୍ତ ସରକାରୀ ବେସରକାରୀ ବ୍ୟାଙ୍କ

ଟିଟିଲାଗଡ଼(କେନ୍ଯୁଜ୍) : ଜୋର ଧରିଛି ଟିଟିଲାଗଡ଼ ଜିଲ୍ଲା ଦାବିରେ ଆନ୍ଦୋଳନ । ଆଜିଠାରୁ ତିନି ଦିନ ଅର୍ଥନୈତିକ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଆଜି ଟିଟିଲାଗଡ଼ ସହରର ସମସ୍ତ ସରକାରୀ ବେସରକାରୀ ବ୍ୟାଙ୍କ ବନ୍ଦ ରହିଛି । ସମସ୍ତ ଅର୍ଥ ଲଗାଣକାରୀ ସଂସ୍ଥା ମଧ୍ୟ ବନ୍ଦ କରାଯାଇଛି । ୨୦ରୁ ୨୨ ତାରିଖ ପର୍ଯ୍ଯନ୍ତ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସମସ୍ତ ସରକାରୀ ଅଫିସ୍ରେ ମଧ୍ୟ ତାଲା ଝୁଲୁଛି ।