Categories: ରାଜ୍ୟ

ପୂଜା ବଜାରକୁ ଫିକା କଲା ତିତ୍‌ଲି , ଲଗାଣ ବର୍ଷାରେ ଧୋଇଯାଇଛି ତୋରଣ

ଭୁବନେଶ୍ବର : ପୂଜା ବଜାରେ ମାନ୍ଦାବସ୍ଥା । ତିତଲିର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଚିନ୍ତାରେ ରାଜଧାନୀର ବିଭିନ୍ନ ପୂଜା କମିଟି । ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଁଞ୍ଚିଥିଲା । ଲଗାଣ ବର୍ଷା ପରେ ସବୁକିଛି ଧୋଇ ଛାରଖାର ହୋଇ ଯାଇଛି । ଝାରପଡା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ରାଜସ୍ଥାନ ପ୍ୟାଲେସର ତୋରଣ ପ୍ରସ୍ତୁତ କରାଯାଇଥିଲା । ରଶୁଲଗଡ ପୁଜା କମିଟି ପକ୍ଷରୁ ନିଆରା ତୋରଣ କରାଯାଇଥିଲା । ଆଉ ବର୍ଷା ପରେ ଏବେ ସବୁକିଛି ଧୋଇଯାଇଛି ।

ସେପଟେ ଦୋକାନ ବଜାର ବି ଫାଙ୍ଗା ପଡିଛି । ଲୁଗା ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନରେ ଗହଳି ଦେଖିବାକୁ ମିଳୁନି । ତେଣୁ ଚଳିତ ବର୍ଷ ପୂଜା ବଜାରରେ ବେପାର ଆଶା କମ୍‌ ବୋଲି କହିଛନ୍ତି ବିଭିନ୍ନ ବ୍ୟବସାୟୀ । ଶାନ୍ତି ଶୃଙ୍ଖଳାରେ ସାରା ରାଜ୍ୟରେ ପୂଜା ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ପୋଲିସ ଡିଜି । ଏନେଇ ସମସ୍ତ ଜିଲ୍ଳାର ଏସପି ମାନଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଆଉ କେଇଟା ଦିନ ପରେ ସରଗରମ ହୋଇଥାନ୍ତା ପୂଜା ମାହୋଲ୍‌ । ହେଲେ ତିତଲି ସବୁକିଛିକୁ ଫିକା ପକାଇଦେଳା ।

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋ…

8 seconds ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

60 mins ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago