କହ୍ନେଇପୁଟ ଓ ମଝିପୁଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ‘ତିତଲି’

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ସିନା ବାତ୍ୟା ‘ତିତଲି’ କେବଳ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରଭାବିତ କରି ଚାଲିଗଲା । ହେଲେ ଆନ୍ଧ୍ର ପ୍ରଦେଶରେ ଅନେକ କ୍ଷତି ଘଟାଇଛି ଏହି ସାମୁଦ୍ରିକ ଝଡ଼ । ବିଶେଷ କରି ବିଶାଖାପାଟଣା ଓ ଶ୍ରୀକାକୁଲମ ଅଞ୍ଚଳରେ ତାଣ୍ଡବ ରଚିଛି ଏହି ବାତ୍ୟା । ଶ୍ରୀକାକୁଲମ ଅଞ୍ଚଳର କହ୍ନେଇପୁଟ ଓ ମଝିପୁଟରେ ବହୁ ଗଛ ଉପୁଡ଼ି ପଡ଼ିବା ସହ ଘର ଭାଙ୍ଗିଛି ।

ANDHRA ODIYA-3

ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଥିବା ବେଳେ ଯାତାୟାତରେ ବାଧା ଉପୁଜିଛି । ଏହି ଅଞ୍ଚଳରେ ଅନେକ ଓଡ଼ିଆ ପରିବାର ବସବାସ କରୁଛନ୍ତି । ସେମାନଙ୍କର ଅନେକ କ୍ଷୟକ୍ଷତି ହୋଇଛି । ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ଥିବା ଏକ ତାରିଣୀ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ANDHRA ODIYA-5

ବିଶେଷ କରି ଶହ ଶହ ନଡ଼ିଆ ଗଛ ଭାଙ୍ଗି ପଡ଼ିଛି । କାହାର ଘର ଛାତ ଭାଙ୍ଗିଛି ତ ଆଉ କାହାର ଛପର ଉଡ଼ି ଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ସ୍ବାଭାବିକ କରିବା ଲାଗି ଉଦ୍ୟମ କରାଯାଇଛି । ରାସ୍ତା ଉପରେ ପଡ଼ିଥିବା ଗଛ ସବୁକୁ ପ୍ରଥମେ ହଟାଇ ଯୋଗାଯୋଗ ବ୍ୟବସ୍ଥା ଏବଂ ବିଦ୍ୟୁତ୍ ସେବାକୁ ସ୍ବାଭାବିକ କରାଯାଉଛି । ବାତ୍ୟା ତିତଲି ଯୋଗୁଁ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.