Categories: ରାଜ୍ୟ

ବଢ଼ିଲା ତିତଲି ମୃତ୍ୟୁ ସଂଖ୍ୟା, ଏବେବି ଚାଲିଛି ତଦନ୍ତ

ଭୁବନେଶ୍ବର (କେନ୍ଯୁଜ୍) : ତିତ୍‌ଲି ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ୧୧ ଜଣଙ୍କ ମୃତ୍ୟୁର କାରଣ ନେଇ ତଦନ୍ତ କରାଯାଉଛି। ଯୋଗାଯୋଗ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲା। ତିତ୍‌ଲି ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟ ସରିଛି। ସୋରଡାରୁ ଦାରିଙ୍ଗିବାଡି ରାସ୍ତା କାମ ଜାରି ରହିଛି। ୬୫୦ଗାଁରୁ ୫୭୦ଟି ଗାଁରେ ପାନୀୟ ଜଳ ଯୋଗାଯାଇଛି। କେବଳ ଗ୍ରାମାଞ୍ଚଳରେ ଅଳ୍ପ କିଛି କାମ ବାକି ଅଛି। ଏକ ଲକ୍ଷ ୫୭ ହଜାର ଘର ଭାଙ୍ଗିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଗଜପତି ଜିଲ୍ଲା ଡଙ୍ଗାବାଡ଼ ପଞ୍ଚାୟତ ବାରଘର ଗାଁର ୩ ଅନାଥ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସରକାର । ୩ ଶିଶୁଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ପାହାଡ଼ ଅତଡା ଧସି ଏମାନଙ୍କ ବାପା ମାଆ ଓ ଜଣେ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ୩ ଅନାଥ ଶିଶୁ ଦଣ୍ଡପାଣି ଭୂୟାଁଙ୍କ ପୁଅ । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ୩ ପିଲାଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରିଛିନ୍ତି । ଏମାନଙ୍କୁ ନବଜୀବନ ହୋମ୍‌କୁ ହସ୍ତାନ୍ତର କରିଛି ସିଡବ୍ଲୁସି । ଏହି ୩ ଶିଶୁଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମୃତ୍ୟୁ ମୁଖରୁ ବଂଚିଥିବା ଅଙ୍ଗନବାଡି କର୍ମୀ ସୁନୀତା ଗମାଙ୍ଗ ଏଥିପାଇଁ ସରକାର ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

KNews Bureau

Recent Posts

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

30 seconds ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

17 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago