ସଚିବାଳୟରେ ‘ତିତ୍‌ଲି’ କ୍ଷୟକ୍ଷତି ସମୀକ୍ଷା ବୈଠକ, ଏକ ହଜାର କୋଟି ଦେବାକୁ ଦାବି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର(କେନ୍ଯୁଜ୍): ସଚିବାଳୟରେ ‘ତିତ୍‌ଲି’ କ୍ଷୟକ୍ଷତି ସମୀକ୍ଷା ବୈଠକ । ପ୍ରାଥମିକ ଭାବେ ଓଡ଼ିଶା ମାଗିଥିବା ଅଗ୍ରୀମ ଏକ ହଜାର କୋଟି ଦେବାକୁ ଦାବି ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ତିତ୍‌ଲିରେ ୨ ହଜାର ୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ରିପୋର୍ଟ ଦିଆଯାଇଛି । ଏଥି ସହ ଏସଡିଆରଏଫର ବକେୟା ୪ଶହ କୋଟି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି ।

meetସେପଟେ ରାଜ୍ୟ ସରକାରଙ୍କୁ କୃଷି ଓ ରାସ୍ତା କ୍ଷୟକ୍ଷତି ରିପୋର୍ଟ ମଗାଯାଇଥିବା ଗୃହ ବିଭାଗର ଯୁଗ୍ମ ସଚିବ ଏସ. କେ. ସାହି ସୂଚନା ଦେଇଛନ୍ତି । କେନ୍ଦ୍ରକୁ ତିତ୍‌ଲି କ୍ଷୟକ୍ଷତି ଅନୁଧ୍ୟାନ ରିପୋର୍ଟ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାର କ୍ଷୟକ୍ଷତିର ଆକଳନ କରିଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ । ଗୁୁରୁବାର ଗଞ୍ଜାମ ଗସ୍ତ କରିଥିବା ବେଳେ ଗତକାଲି ଗଜପତି ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିଛି ଟିମ୍‌ ।