ତିତଲି ଝଡ଼ର ପାଦଚିହ୍ନ : ପଲିଥିନ୍ ତଳେ ୨୦ଦିନ ହେବ ବିତୁଛି ୪ ଗ୍ରାମବାସୀଙ୍କ ଜୀବନ

ପାରଳାଖେମୁଣ୍ଡି (କେନ୍ୟୁଜ୍) : ତିତଲି ଝଡ଼ର ପାଦଚିହ୍ନ । କେତେ ଭୟଙ୍କର ଥିଲା ସତେ । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଅନଘା ପଞ୍ଚୟତର ଭୂୟାଁପଡା ଗାଁ । ଏଇ ଗାଁର ଲୋକେ ନିଜ ଜୀବନ ସିନା ରକ୍ଷା କରି ଦେଲେ ହେଲେ ବଞ୍ଚାଇ ପାରିଲେନି ନିଜ ଘରଦ୍ବାର । ତେଣୁ କଳା ପଲିଥିନ୍ ତଳେ ଜୀବନ କାଟୁଛନ୍ତି ଏମାନେ । ଅନଘା ପଞ୍ଚୟତର ୪ଟି ଗାଁ ଲୋକ ଏମିତି ଜୀବନ କାଟୁଛନ୍ତି । ପ୍ରବଳ ପବନ ସାଙ୍ଗକୁ ବାଦଲ ଫଟା ବର୍ଷା ଘରଦ୍ୱାର ଉଡାଇ ନେବା ପରେ ପାହାଡ ଉପରରୁ ଖସି ଆସିଥିଲା ପଥର । ମାଟି, ପାଣିର ଅତଡ଼ା ୨ଜଣଙ୍କ ଜୀବନ ନେଇଗଲା । ଅନଘା ପଞ୍ଚାୟତର ଦଳେଇସାହି, ବଡିଅର, ତିଳିବାଙ୍ଗ ଓ କିମ୍ବସିଂ ଆଦି ୪ଟି ଗାଁରେ ରହୁଛନ୍ତି ୬୫ଟି ପରିବାର ୩୫୦ ଊର୍ଦ୍ଧ୍ବ ଲୋକ । ଗତ ୧୩ ତାରିଖରୁ ଏମାନେ ସମସ୍ତେ ରହି ଆସୁଛନ୍ତି ପର୍ଜାର ତମ୍ବୁ ତଳେ ।

ସରକାରୀ ସୁବିଧା କହିଲେ ଏମାନଙ୍କୁ ଚାଉଳ, ପର୍ଜା ବା ପଲିଥିନ୍ ଏବଂ ହଜାରେ ଟଙ୍କା ମିଳିଛି । ଛୋଟିଆ ଛୋଟିଆ ତମ୍ବୁ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପୂରା ପରିବାର । ସେପଟେ ଆଳୁ, ପିଆଜ ଛଡ଼ା ଆଉ ସବୁ ମାଟିରେ ମିଶାଇ ଦେଇଛି ତିତଲି ବାତ୍ୟା । ଏ ମଧ୍ୟରେ ତହସିଲଦାର, ବିଡିଓ ଓ ସରପଞ୍ଚ ସମସ୍ତେ ଆସିଛନ୍ତି ଆଉ ଯାଇଛନ୍ତି । କିନ୍ତୁ ଶୀତ କାକରରେ ରହୁଥିବା ଏହି ଗ୍ରାମବାସୀଙ୍କ ପାଇଁ ପକ୍କା ଭଲ ଭାବେ ଅସ୍ଥାୟୀ ବାସସ୍ଥାନ କଥା କେହି ଚିନ୍ତା କରି ନାହାନ୍ତି । ଏପଟେ ସ୍ଥାୟୀ ଘରଗୁଡ଼ିକ ଯେଭଳି ଭାଙ୍ଗିରୁଜି ଯାଇଛି ତାକୁ ସଜାଡ଼ିବା ସେମାନଙ୍କ ପକ୍ଷରେ ସହଜ ହେଉନାହିଁ । ତେଣୁ ଶୀତ ମାଡ଼ି ଆସୁଥିବା ବେଳେ ସେମାନଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି ।

ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ବାହାରେ ଚୁଲି କରି ବଣରୁ କାଠ ଓ ଝରଣାରୁ ପାଣି ସଂଗ୍ରହ କରି ରୋଷେଇ କରୁଛନ୍ତି । ବଡିଅର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପତ୍ନୀ କୁନିବେହେରା ଓ ଆଉ ଜଣେ ଦଳେଇସାହି ଗ୍ରାମର ସିମି ଦଳେଇଙ୍କ ସ୍ୱାମୀ ଶୁକରୁ ଦଳେଇ ଗତ ୧୧ ତାରିଖ ଦିନ ନିଜ ପରିବାର ପାଇଁ ରାସନ ଚାଉଳ ଆଣିବା ପାଇଁ ନିକଟସ୍ଥ ରାମଗିରି ଆସିଥିଲେ ।

ଆଉ ଭୂସ୍ଖଳନର ଶିକାର ହୋଇ ଜୀବନ ହରାଇଥିଲେ । ସେହି ୨ଜଣଙ୍କ ମୃତ ଦେହ ଭିନ୍ନ ଭିନ୍ନ ଦିନରେ ଠାବ ହୋଇଥିବା ବେଳେ ମୃତ ଶୁକରୁ ଦଳାଇଙ୍କ ପରିବାରକୁ ଏବେ ସୁଦ୍ଧା ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ଏହି ୪ଟି ଗାଁର ଲୋକେ ଏବେ ନିଜ ଗ୍ରାମକୁ ଯିବା ପାଇଁ ଇଚ୍ଛା କରୁ ନାହାନ୍ତି । କାରଣ ସେମାନଙ୍କ ସର୍ବସ୍ବ ଉଜୁଡ଼ି ଯାଇଛି । ଘରଦ୍ବାର, ଚାଷବାସ ଆଉ କିଛି ବି ନାହିଁ ।

ତେଣୁ ଚିନ୍ତାରେ ରହିବେ କଉଁଠି, ଖାଇବେ କଣ ଓ କରିବେ କଣ ? ଛୋଟ ଛୋଟ ପିଲାମାନେ ମଧ୍ୟ ନିଜ ଗାଁର ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ହରାଇଛନ୍ତି । ତା ସହିତ ଲୋକେ ହରାଇଛନ୍ତି ନିଜ ଜୀବିକା । ସରକାରଙ୍କ ସହାୟତା ଲୋଡ଼ିଛନ୍ତି ଗ୍ରାମବାସୀ ।

ଏଇ ଦୁର୍ଗମ ଗାଁରେ ପହଞ୍ଚିଥିଲା କେନ୍ୟୁଜ୍ । ସେମାନଙ୍କ ଦୁଃଖକଷ୍ଟକୁ ଆଖିରେ ଦେଖିବା ପରେ ଅବଗତ କରାଇଛି ଗଜପତି ଜିଲ୍ଲାପାଳଙ୍କୁ । ଯେତେ ଶୀଘ୍ର ହୋଇ ପାରେ ବିପନ୍ନମାନଙ୍କୁ ସମସ୍ତ ସୁବିଧା ଯୋଗାଇବା ଦେବାକୁ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନକୁ ଅନୁରୋଧ କରିଛୁ ।

ସନ୍ତୋଷ କୁମାର ପଟନାୟକ, ଗଜପତି ରିପୋର୍ଟର

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago