ଟିଟୋଙ୍କ ଗୋରୁ ଚାଲାଣ !

ଭୁବନେଶ୍ବର (କେନ୍ଯୁଜ୍) : ଗ୍ୟାଙ୍ଗଷ୍ଟାର ଟିଟୋର ବେଆଇନ ଗୋରୁ ଚାଲାଣ କାରବାର ପର୍ଦ୍ଦାଫାସ । ୮ ବର୍ଷ ଧରି ଓଡ଼ିଶାରୁ ବାଂଲାଦେଶକୁ ଗୋରୁ ଚୋରା ଚାଲାଣ କରୁଥିଲା ଟିଟୋ । ଯାହାର ମାଷ୍ଟରମାଇଣ୍ଡ ଥିଲା ବଟୁ । ଭୁବନେଶ୍ୱର କଳିଙ୍ଗବିହାରରେ ଚଢ଼ାଉ କରି ବଟୁକୁ ଗିରଫ ପରେ ଏହାର ପର୍ଦ୍ଦାଫାସ ହୋଇଛି । ପୂର୍ବରୁ ଟେଣ୍ଡର ଫିକ୍ସିଂ, ଦାଦା ବଟି ଓ ବାଲିଘାଟ ନିଲାମରେ ଟିଟୋର ସଂପୃକ୍ତିର ପର୍ଦ୍ଦାଫାସ ହୋଇଥିଲାା ସେହିପରି ଟିଟୋର ତିନୋଟି ଦାମୀ ଗାଡ଼ି ଆଜି ଜବତ ହୋଇଛି ।
ବଟକୃଷ୍ଣ ପାଣି ଓରଫ୍ ବଟୁ । ଗ୍ୟାଙ୍ଗଷ୍ଟାର ଟିଟୋର ଜଣେ ପ୍ରମୁଖ ସହଯୋଗୀ । ଗୋରୁ ଚାଲାଣ କାରବାରର ମୁଖ୍ୟ କାର୍ପଟଦାର । ବଟୁକୁ ଭୁବନେଶ୍ୱର କଳିଙ୍ଗବିହାରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଖୋର୍ଦ୍ଧା ବେଗୁନିଆରୁ କୋଲକାତା-ତ୍ରିପୁରା ଦେଇ ବାଂଲାଦେଶକୁ ଗୋରୁ ଚୋରା ଚାଲାଣ ହେଉଥିଲା । ଗୋରୁ ଚାଲାଣ ଗାଡ଼ିକୁ ୨୫ରୁ ୩୦ଜଣ ଯୁବକ ଏସ୍କଟ୍ କରୁଥିଲେ । ଗ୍ୟାଙ୍ଗର ସଦସ୍ୟଙ୍କ ସହ ବଟୁ ଖୁସି ମନାଉଥିବା ବେଳେ ସୁରାକ୍ ପାଇଥିଲା ଏସଟିଏଫ୍ । ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତା ନିକଟରୁ ଗୋଟିଏ ମାଉଜର ଜବତ ହୋଇଛି ।
ଆହୁରୀ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ, ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ
୮ ବର୍ଷ ଧରି ଟିଟୋ ଇଶାରାରେ ବଟୁ ଚଳାଇଥିଲା ବେଆଇନ ଗୋରୁ ଚାଲାଣ । କୋଟି କୋଟି ଟଙ୍କାର ବ୍ୟବସାୟ ବି ହେଉଥିଲା । ଏହି ଟଙ୍କାରେ ଭୁବନେଶ୍ୱର, ବେଗୁନିଆ, ପୁରୀ ଓ ପିପିଲି ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଜମି କିଣିଥିଲା ଟିଟୋ । ଯାହାର ସୁରାକ୍ ପାଇଛି ଏସଟିଏଫ୍ । ଟିଟୋ ଥିଲା ବିଳାସପ୍ରିୟ । ଆଜି ତା’ର ତିନିଟି ଦାମୀ ଗାଡ଼ି ଜବତ ହୋଇଛି । ଏଭିତରେ ଅଛି ଟିଟୋର ହାର୍ଲି ଡାଭିଡସନ୍ ବାଇକ୍ ।