ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି !

ଭୁବନେଶ୍ବର : ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଟିଟୋଠାରୁ ବହୁ ତଥ୍ୟ ହାସଲ କରିଛି ଏସଟିଏଫ୍ । ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି। ତାକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ତାକୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ତଦନ୍ତକାରୀ ସଂସ୍ଥା ଯୋଜନା କରୁଥିବା ସୂଚନା ରହିଛି। ଟିଟୋର ବେଆଇନ୍ ସମ୍ପତ୍ତିର ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଟିଟୋର ସ୍ତ୍ରୀ ବେନଜିର ବିବିଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଜେରା କରିବ । ପେଟ୍ରୋଲ ପମ୍ପ ଓ ଅଡି କାର୍ ସମ୍ପର୍କରେ ପଚରାଉଚରା କରିବ । ଏହାରି ଭିତରେ ଟିଟୋର କେନ୍ଦ୍ରାପଡ଼ାରେ ଥିବା ୫ଟି ବ୍ୟାଙ୍କ ଆକାଉଣ୍ଡକୁ ସିଜ୍ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।

ସେହିପରି ତା ସ୍ତ୍ରୀ ଓ ୧୮ ଜଣ ସଂପର୍କୀୟଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କର ୩୪ଟି ବ୍ୟାଙ୍କରେ ରହିଛି ୫୦ରୁ ଅଧିକ ଆକାଉଣ୍ଟ । ଟିଟୋ ସ୍ତ୍ରୀ ନାଁରେ କୋଲକାତାରେ ଏକ କୋଟି ୧୦ ଲକ୍ଷ ଟଙ୍କାର ଜାଗା ରହିଛି। ଏହି ଲାଣ୍ଡ ଡିଲରେ ସଂପୃକ୍ତ ଥିବା ବନ୍ଦନା ରାୟଙ୍କୁ ସମସ୍ତ କାଗଜପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି ଏସଟିଏଫ୍ । ସେହିପରି ଟିଟୋର ବେଆଇନ୍ ସମ୍ପତ୍ତି ଠାବ ପାଇଁ ଖୋଳତାଡ ବି ଚାଲିଛି । ତା’ ଟଙ୍କାରେ ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ର ସୁଟିଂ ବନ୍ଦ ଓ ଏହାର ପ୍ରଯୋଜକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.