ବାହାଘର ସିନା ଠିକ ହେଲା ହେଲେ ବର ସାଜି ପାରିଲାନି ପୁଅ, ହୋମ ନିଆଁ ବଦଳରେ ଜଳିଲା ଜୁଇ

ଭଦ୍ରକ(କେ ନ୍ୟୁଜ): ଜନ୍ମ ଦିନ ଥିଲା ୧୫ ତାରିଖରେ ଆଉ ବାହାଘର ଠିକ ହୋଇଥିଲା ୧୮ ତାରିଖରେ । କିନ୍ତୁ ବିଧିର ବିଧାନ ଥିଲା କିଛିଟା ଓଲଟା । ସବାରୀ ବଦଳରେ ଘରୁ ଉଠିଲା ଶଵ। କରୋନା ତାଣ୍ଡବରେ ମଉଳି ଯାଇଥିଲା ଘରର ଖୁସି । ମୁହଁରୁ ଛଡାଇ ନେଇଥିଲା ଖୁସି। ପୁଅର ବିବାହ ପାଇଁ ଘରେ କୋଳାହଳ ବନ୍ଧୁବାନ୍ଧବଙ୍କର, ପୁଅର ଲଗ୍ନ ସରିଛି , ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି , ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା । ହେଲେ ଏ କରୋନା ରୂପି ରାକ୍ଷସ ଛଡେଇନେଲା ମା ଠାରୁ ପୁଅକୁ । ଘରେ ଏଵେ ଶୋକର ଛାୟା। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ନାଥ ସାହିରେ । ଉକ୍ତ ଗ୍ରାମର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କର ଗତ ଜୁନ ୧୧ ତାରିଖରେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଥିଲା । ଏହାର ୩ ଦିନ ପୂର୍ବରୁ ଲଗ୍ନ ମଧ୍ୟ ହୋଇଥିଲା ହେଲେ ତାପରଦିନ ହଠାତ ଜ୍ଵର ହେବାରୁ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଲା ।

bhadrak asurali

ସେଥିପାଇଁ ବିବାହ ତାରିଖ ଘୁଞ୍ଚାଇ ଆସନ୍ତା ଜୁନ ୧୮ ତାରିଖ ଅର୍ଥାତ ଆଜି ପାଇଁ ବାହାଘର ଧାର୍ଯ୍ୟ କରିଥିଲେ ଉଭୟ ପରିବାର । ବାହାଘର ପାଇଁ ସବୁ ପ୍ରକାର ବ୍ୟବସ୍ଥା ମଧ୍ୟ ସରିଥିଲା | କିନ୍ତୁ ଵିଧିର ବିଧାନ ଥିଲା ସମ୍ପୂର୍ଣ୍ଣ ଓଲଟା । କରୋନାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ ଚନ୍ଦ୍ରମଣି । ଶେଷରେ ଗତ ଜୁନ ୧୪ ତାରିଖରେ ଚନ୍ଦ୍ରମଣିଙ୍କର ମୃତ୍ୟୁ ହୋଇଥିଲା । ଚନ୍ଦ୍ରମଣି ଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁରେ ଘର ଲୋକଙ୍କଠୁ ଆରମ୍ଭ କରି ସାଇ ପଡିଶା ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଘରେ ଖୁସିରେ ବାପା, ମାଆ, ଭାଇ ପରିଜନ ବର୍ଗଙ୍କ ପାଦ ତଳେ ଲାଗୁନଥିଲା । କିନ୍ତୁ ସେହି ଖୁସି ନିମିଷକରେ ମିଳେଇଯାଇଥିଲା ।

ଘର ଲୋକଙ୍କ କହିବା ଅନୁଯାୟୀ, ବିବାହ ଦିନ ଯେତେ ପାଖେଇ ଆସୁଥାଏ ପୁଅର ଦେହ ମଧ୍ୟ ଭଲ ହେବାକୁ ଲାଗିଲା । ପରିବାର ଲୋକ ରୋଷେଇଆ , ଟେଣ୍ଟ, ବର ପାଇଁ ଗାଡି ଓ ବର ପାଇଁ ଲୁଗାପଟା ପର୍ଯ୍ୟନ୍ତ କିଣାକିଣି କରି ସାରିଥିଲେ । କିନ୍ତୁ ହଠାତ ପୁଅର ନିଶ୍ୱାସ ନେବାର କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ଘରକୁ ଡାକ୍ତର ଡାକି ଦେଖିଲେ ପୁଅର ଅକ୍ସିଜେନ ଲେବଲ କମି କମି ଯାଉଛି । ଆଉ ମେଡ଼ିକାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ ପୁଅର ମୃତ୍ୟୁ ହୋଇଥିଲା । ଭୟରେ ଗାଁ ଲୋକେ ଶବ ସତ୍କାର ପାଇଁ ଆସିଲେ ନାହିଁ । ସ୍ଥାନୀୟ ସରପଂଚ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀ ସହଯୋଗରେ ଶବ ସତ୍କାର କରାଗଲା । ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.