୧୧ ହଜାର ପାଖାପାଖି ଛୁଇଁଲା ଦୈନିକ ସଂକ୍ରମଣ, ଆଜି ରାଜ୍ୟରୁ ୧୦ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଗୋଟିଏ ଦିନ ସାମାନ୍ୟ ଆସ୍ୱସ୍ତି ଦେଲା ପରେ ଆଜି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୦ ହଜାର ପାର କରିଛି ଦୈନିକ ସଂକ୍ରମଣ । ଆଜି ୧୦ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫ଶହ ୩୯, ସୁନ୍ଦରଗଡ଼ରୁ ୯୬୪, କଟକରୁ ୮୮୫, ଅନୁଗୋଳରୁ ୫୩୯, ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି ୪୫୪ ପଜିଟିଭ୍‌ । ଏହି ୫ଟି ଜିଲ୍ଲାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୩ ଶହ ୮୧। ଯାହା ମୋଟ୍‌ ଆକ୍ରାନ୍ତଙ୍କ ପ୍ରାୟ ୪୦ ପ୍ରତିଶତ । ବରଗଡ଼ ଜିଲ୍ଲାରୁ ୪୩୧ ଓ ବଲାଙ୍ଗିରରୁ ବାହାରିଛନ୍ତି ୪୨୬ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ଚାରି ଶହ ଭିତରେ ରହିଛି ।


ସେହିପରି ରାଜ୍ୟରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତକାଲି ରାଜ୍ୟରୁ ୯ ହଜାର ୭୯୩ ପଜିିଟିଭ୍‌ ଚିହ୍ନଟ ହୋଇଥିଲେ । କେବଳ ମାଲକାନଗିରି ଜିଲ୍ଲାରେ ଦୁଇ ଅଙ୍କ ପଜିଟିଭ୍‌ ଥିବା ବେଳେ ବାକି ସମସ୍ତ ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୫ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ୯୮ ହଜାର ୨୩୦ ଥିବାବେଳେ ସୁସ୍ଥ ହେଲେଣି ୪ଲକ୍ଷ ୬୫ ହଜାର ୧୩୩ । ମୋଟ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.