୧୨ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ, ଗାଡ଼ି ଚଳାଚଳ ଠପ
ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ । ୧୨ ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏ ଏହି ବନ୍ଦ ପାଳନ କରାଯିବା । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମି ମାନେ ବସି ରହି ବନ୍ଦ ପାଳନ କରୁଛନ୍ତି।

କାମାକ୍ଷାନଗର (କେନ୍ୟୁଜ): ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ । ୧୨ ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏ ଏହି ବନ୍ଦ ପାଳନ କରାଯିବା । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ ବିଜେପି ଦଳର କର୍ମି ମାନେ ବସି ରହି ବନ୍ଦ ପାଳନ କରୁଛନ୍ତି। ଗାଡିମଟର,ଦୋକାନ ବଜାର,ସରକାରି ଅଫିସ ସବୁ ବନ୍ଦ ରହିଛି।
ମୁଖ୍ୟତ ଭୁବନ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି,ଶିତଳ ଭଣ୍ଡାର ନିର୍ମାଣ,ସହର ମଧ୍ୟରେ ରାସ୍ତା ଓ ଆଲୋକିକରଣ,ପାନୀୟ ଜଳର ବ୍ୟବସ୍ଥା, ଆବାସ ଯୋଜନାରେ ଦୁର୍ନୀତି,ବାରମ୍ବାର ବିଦ୍ୟୁତ କାଟ,ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,କଲ୍ୟାଣ ମଣ୍ଡପ ଲୋକାର୍ପଣ ଭଳି ୧୨ଦଫା ଦାବି ନେଇ ଭୁବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି।