ଆଜି ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

ବରଗଡ଼(କେନ୍ୟୁଜ୍) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ। HDFC ଏଗ୍ରୋ କମ୍ପାନୀର ମନମୁଖୀ କାର୍ଯ୍ୟ ଏବଂ ଫସଲ ବୀମା ପ୍ରଦାନରେ ଅନିୟମିତତା ପ୍ରତିବାଦରେ ରାଜ୍ଯ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ ବନ୍ଦ ରହିଛି।

ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଛନ୍ତି । ଜିଲ୍ଲାରେ ୧୨୭ ଟି ପଞ୍ଚାୟତରେ ୪୨୧ କୋଟି ଟଙ୍କା ବୀମା ମିଳିବାକୁ ଥିବାବେଳେ ମାତ୍ର ୨୭ ଟି ପଞ୍ଚାୟତରେ ୫୮ କୋଟି ୩୫ ଲକ୍ଷ ୩୬ ହଜାର ଟଙ୍କା ପଇଠ କରିଛି ଏଗ୍ରୋ କମ୍ପାନୀ। ତୁରନ୍ତ ବାକି ତକ ବୀମା ପଇଠ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛି ଚାଷୀ ସଂଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.