ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

କଳାହାଣ୍ଡି (କେନ୍ଯୁଜ୍): ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା। କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସଂପୃକ୍ତି ଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ୫ ଜଣିଆ ଟିମ୍‌ କଳାହାଣ୍ଡି ଗସ୍ତରେ ଯାଇ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି କଂଗ୍ରେସ। ଘଟଣାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ସୂଚନା ଥାଉକି, ଏବେ ପୋଲିସ କବ୍ଜାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ସିନ୍ଧେକିଲା ବୁଢ଼ୀପଦର ଅଂଚଳରୁ ଗତକାଲି ଗିରଫ କରିଛି ପୋଲିସ । ଆଖୁ କିଆରୀରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡିଥିବା ନେଇ ସୂଚନା ମିଳିଛି । ଟିଟଲାଗଦ ପୋଲିସକୁ ଚକମା ଦେଇ ଖସି ପଳେଇବାକୁ ଚେଷ୍ଟା କରୁଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୂର୍ବରୁ ଗୋବିନ୍ଦ ସାହୁକୁ ଧରିବା ପାଇଁ ୨୦ ହଜାର ଟଙ୍କା ରଖିଥିବା ବେଳେ ପରେ ସେହି ମୂଲ୍ୟକୁ ଆଜି ଅପରାହ୍ନରେ ଲକ୍ଷେକୁ ବୃଦ୍ଧି କରାଯାଇଥିଲା ।  ସୂଚନା ଦେବା ଯୋଗ୍ୟକି ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ପୋଲିସ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୂଚନା ଜାରି କରାଯାଇଥିଲ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ବଲାଙ୍ଗୀର ଏସ୍ପି ଅଫିସରେ ଗୋବିନ୍ଦଙ୍କୁ ରଖାଯାଇଛି ।

ବଲାଙ୍ଗିର ଏସପିଙ୍କୁ ଯୋଗାଯୋଗ ପାଇଁ ଏକ ମୋବାଇଲ୍‌ ନମ୍ବର ମଧ୍ୟ ଜାରି କରାଯାଇଥିଲା । ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମରାଯାଇଥିଲା। ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦ ସାହୁଙ୍କ ନାଁଁରେ ଅଭିଯୋଗ ହୋଇଛି । ତାଙ୍କୁ ପଚରାଉଚରା ପାଇଁ ଟିଟିଲାଗଡ ଥାନା ପୋଲିସ ବାରାକରେ ରଖାଯାଇଥିବା ବେଳେ ଫେରାର୍‌ ହୋଇଛନ୍ତି ଗୋବିନ୍ଦ । ତାଙ୍କୁ ଧରିବା ପାଇଁ ପୋଲିସର ୩ଟି ଟିମ୍‌ ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.