ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ତୃତୀୟ ଦିନ

ଭୁବନେଶ୍ବର(କେନ୍ଯୁଜ୍): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ପ୍ରକ୍ରିୟାର ତୃତୀୟ ଦିନ। ଦ୍ୱିତୀୟ ଦିନରେ ୪୨ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୦୩୪ ସମିତି ସଭ୍ୟ ପ୍ରାର୍ଥୀ, ୧୫୪୬ ସରପଞ୍ଚ ପ୍ରାର୍ଥୀ ଓ ୧୦ ହଜାର ୭୩୪ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଦୁଇ ଦିନରେ ଜିଲ୍ଲା ପରିଷଦ ଜୋନ ପାଇଁ ୬୪ ଜଣ ଏବଂ ସରପଞ୍ଚ ପଦବୀ ପାଇଁ ୨ ହଜାର ୬୬୮ ଜଣ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ୨୧ ତାରିଖ ଯାଏ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ଅର୍ଥାତ ପ୍ରାର୍ଥିପତ୍ର ଦାଖଲ ପାଇଁ ଆଉ ତିନିଦିନ ସମୟ ରହିଛି।

Leave A Reply

Your email address will not be published.