୧୦ ଦଫା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା

ବୌଦ୍ଧ (କେନ୍ଯୁଜ୍): ୬ ଘଣ୍ଟିଆ ବୌଦ୍ଧ ବନ୍ଦ। ୧୦ ଦଫା ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚକ ଅଖ ସବୁ ଠପ୍‌। ଗାଡି ଚଳାଚଳ ବନ୍ଦ ରହିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।

କଂଗ୍ରେସ ଦଳର ନେତା ଓ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ବନ୍ଦ କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୯୯୪ ମସିହାରୁ ନୂତନ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୁଖ୍ୟ ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରାଯାଇ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆୟୁକ୍ତରେ ସାମିଲ କରିବା ପାଇଁ କଂଗ୍ରେସ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.