ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ବରଗଡ଼ ବନ୍ଦ, ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି

ବରଗଡ଼(କେନ୍ଯୁଜ୍): ଆଜି ୮ ଘଣ୍ଟିଆ ବରଗଡ଼ ବନ୍ଦ । ସକାଳ ୬ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ । ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ମମିତା ମେହେର ଓ ଗୋବିନ୍ଦ କୁମ୍ଭାରଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ କରାଯାଇଛି । ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି ।

ମୃତ ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଆଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି । ଏଥିସହ ବଲାଙ୍ଗୀର ଜିଲ୍ଲାର ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ଦାବି ହୋଇଛି । ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ନିବେଦନ କରିଛି ପଦ୍ମପୁର ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.