ଆଜି ରାଜ୍ୟରେ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ, ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ୮ ଲକ୍ଷ ଅତିକ୍ରମ  କଲା କରୋନାରୁ ସୁସ୍ଥ ସଂଖ୍ୟା । ଆଜି ଆଉ ୮୧୮୨ ଜଣ କରୋନା  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ   ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ଏହି ସୂଚନା ଦେଇଛି।  ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୯୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ରାଜ୍ୟରେ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡ଼ାରୁ ୨୨୪, ବରଗଡ଼ରୁ ୧୮୨, ନବରଂଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୧୧୪, ରାୟଗଡ଼ାରୁ ୧୧୦, ସମ୍ବଲପୁରରୁ ୧୦୨, ମାଲକାନଗିରିରୁ ୯୭, ବଲାଙ୍ଗୀରରୁ ୮୮, ସୁବର୍ଣ୍ଣପୁରରୁ ୮୪, ଝାରସୁଗୁଡ଼ାରୁ ୬୯, କନ୍ଧମାଳରୁ ୬୭, ଗଂଜାମରୁ ୫୫, ଗଜପତିରୁ ୪୫, ଦେବଗଡ଼ରୁ ୩୦, ନୂଆପଡ଼ାରୁ ୩୦ ଓ ରାଜ୍ୟପୁଲରୁ ୧୪୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.