ଆଜି ରାଜ୍ୟରେ ୮୩୮୬ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦

ସଂକ୍ରମଣରେ ଲାଗୁନି ବ୍ରେକ୍‌। ରାଜ୍ୟରେ ୮ହଜାର ଟପିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ୨୭% ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୩୮୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ଆଉ ୯୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୨ ଓ ସୁନ୍ଦରଗଡ଼ରୁ ୧୧ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏହି ୨ ଜିଲ୍ଲାରୁ ୩୩ପ୍ରତିଶତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୨୮ହଜାର ୫୧୫କୁ ବୃଦ୍ଧି ପାଇଛି। ରାଜ୍ୟରେ ୫୫ହଜାର ଉପରେ ଆକ୍‌ଟିଭ୍‌ କେସ୍‌ ଥିବାବେଳେ ଖୋର୍ଦ୍ଧାରେ ୧୦ହଜାର ଟପିଛି ଆକ୍ଟିଭ୍‌ କେସ୍‌। ତେବେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି।

Leave A Reply

Your email address will not be published.