ଆଜି ପୁଣି ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

ବାଲେଶ୍ବର (କେନ୍ୟୁଜ): ଆଜି ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ । ବାଲେଶ୍ବର ଅଞ୍ଚଳରେ ଆକାଶରେ କ୍ରମାଗତ ଦୁଇ ଥର ଶବ୍ଦ ହେଲା । ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ । ଗତକାଲି ମଧ୍ୟ ଆକାଶରୁ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା । ସେପଟେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା ।
ଶବ୍ଦ କେଉଁଠୁ ଆସିଲା ଓ କାହିଁକି ଏପରି ହେଲା ଲୋକେ ବୁଝି ପାରିନାହାଁନ୍ତି । ପ୍ରକାଶଯୋଗ୍ୟ, ଗତ ଜାନୁଆରୀ ୧୨ ତାରିଖରେ ମଧ୍ୟଏହିପରି ଏକ ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଣିବାକୁ ମିଳିଥିଲା । ଲୋକେ ସେତେବଳେ ମଧ୍ୟ ଆତଙ୍କିତ ହୋଇଥିଲେ । ଏହି ଶବ୍ଦ ନେଇ ତଦନ୍ତ ଚାଲିଛି ।