ଆଜି ସାରା ରାଜ୍ୟରେ କୋର୍ଟ କାର୍ଯ୍ଯରେ ଯୋଗ ଦେଲେ ଆଇନଜୀବୀ

କଟକ(କେନ୍ଯୁଜ୍) : ଆଜିଠୁ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ଯ । କାର୍ଯ୍ଯରେ ଯୋଗ ଦେଲେ ଆଇନଜୀବୀ । ଦୀର୍ଘ ୭୮ ଦିନ ପରେ ଆନ୍ଦୋଳନରୁ ଓହରିଛନ୍ତି ଆଇନଜୀବୀ । ଗତକାଲି ତିନି ଜଣ ପୋଲିସ କର୍ମଚାରୀ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏ ନେଇ ସବୁ ବାର ଆସୋସିଏସନ୍‌କୁ ଜଣାଇ ଦିଆଯାଇଛି । ଆଜି ସାରା ରାଜ୍ୟରେ କୋର୍ଟ କାର୍ଯ୍ଯରେ ଯୋଗ ଦେଉଛନ୍ତି ଓକିଲ ।

advକଟକ ନୂଆବଜାରରେ ଗତ ଅଗଷ୍ଟ ୨୮ରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ କାର୍ଯ୍ଯବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ଅନ୍ୟପଟେ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନଘଟିବ, ସେଥିପାଇଁ ହାଇଲେଭଲ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ଆଇନ ବିଭାଗ ଓ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବାର ଆସୋସିଏନର ସଭାପତି, ସଂପାଦକ ଓ ତିନି ଜଣ ବରିଷ୍ଠ ଆଇନଜୀବୀ ସଦସ୍ୟ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like