ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ସହ କ୍ୟାବିନେଟ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ସହ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ହେବାକୁ ଯାଉଥିବାରୁ ଏଥିରେ କେଉଁସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରହିବ ଓ ସରକାର କେତେ ଟଙ୍କାର ଅତିରିକ୍ତ ବଜେଟ ଆଣିବେ, ଏନେଇ ଅପରାହ୍ନରେ ମନ୍ତ୍ରୀ ପରିଷଦ ବୈଠକ ବସିବ ।

ଏହି ବୈଠକ ପରେ ବସିବ ରାଜ୍ୟ କ୍ୟାବିନେଟ । କ୍ୟାବିନେଟରେ ୨୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛି । ଶ୍ରୀଲିଙ୍ଗରାଜଙ୍କ ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣକୁ ପ୍ରାଥମିକତା ଦେଇ ସ୍ୱତନ୍ତ୍ର ନୀତି ଆପଣାଇଛନ୍ତି । ଏନେଇ ଆଜି ଶ୍ରୀଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶ ଆଣିପାରନ୍ତି । ଏହାସହ ରାଜସ୍ୱ ବିଭାଗ, ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.