ଆଜି ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବନକଲାଗି ନୀତି, ବିଭିନ୍ନ ପାରମ୍ପରିକ ରଙ୍ଗରେ କରାଯିବ ଶ୍ରୀମୁଖ ଶୃଙ୍ଗାର

ପୁରୀ(କେନ୍ଯୁଜ୍): ଆଡପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି। ଆଜି ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରୀତିନୀତି ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ସମ୍ପନ୍ନ ହେବା ପରେ ଶ୍ରୀଜିଉଙ୍କ ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ସମ୍ପନ୍ନ ହେବ।

ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। କଳା, ଧଳା, ନାଲି, ହରିତାଳ ଓ ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.