ଆଜି ଓକିଲ ସଂଘ ମତଦାନ: ହାଇକୋର୍ଟ ସମେତ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଚାଲିଛି ନିର୍ବାଚନ

କଟକ(କେନ୍ୟୁଜ୍): ଆଜି ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ୧୫୧ ଟି ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଗତ କିଛି ବର୍ଷ ଧରି ୱାନ ବାର ୱାନ ଭୋଟ ବ୍ୟବସ୍ଥା ପ୍ରଚଳିତ ହୋଇଛି।

ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ବାର ଆସୋସିଏସନ ଭୋଟ ପାଇଁ ଧାର୍ଯ୍ୟ କରାଯାଇଛି। ରାଜ୍ୟର ୩୦ ହଜାର ୬ଶହ ଆଇନଜୀବୀ ଏହି ମତଦାନ କରିବେ। ଭୋଟ ଗ୍ରହଣ ପରେ ପରେ ଗଣତି ମଧ୍ୟ ଆରମ୍ଭ ହେବ। ପୂର୍ବରୁ ୧୮୬ ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ଥର ୩୦ ରୁ କମ ସଦସ୍ୟ ଥିବା ବାରରେ ନିର୍ବାଚନ ହେବ ନାହିଁ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.