ଆଜି ବସିବ କ୍ୟାବିନେଟ ବୈଠକ, ଅନେକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ । ରାତି ୮ଟା ୩୦ ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ମୋହନ ସରକାରଙ୍କ ଏହା ତୃତୀୟ କ୍ୟାବିନେଟ ବୈଠକ। ଅନେକ ପ୍ରସ୍ତାବ ଉପରେ ବାଜିପାରେ କ୍ଯାବିନେଟର ମୋହର।

ସୂଚନା ଯୋଗ୍ୟ ଜୁଲାଇ ୧୦ରେ ଦ୍ୱିତୀୟ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ୫ଟିପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିଲା। ଶ୍ରମିକଙ୍କ ସର୍ବ ନିମ୍ନ ମଜୁରୀ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ମିଳିଥିଲା । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବ । ଏଥିସହିତ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ ବୋଲି କ୍ୟାବିନେଟ୍ ବୈଠକରେ କୁହାଯାଇଥିଲା।

ଏଥିସହିତ ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ ବୋଲି କୁହାଯାଇଥିଲା । ସେହିପରି କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ସାମିଲ କରାଯିବ। ବାଦ୍‌ ପଡ଼ିଥିବା ଚାଷୀଙ୍କୁ ସାମିଲ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ।