ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୫ଟି ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍) : ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସଚ୍ଚିବାଳୟରେ ସନ୍ଧ୍ୟା ୫ଟା ୪୫ରେ ଏହି ବୈଠକ ବସିବ । ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି । କୃଷି ଏବଂ ଜନମଙ୍ଗଳ ଅଧିକାରୀଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଏଥିସହ ସ୍ୱାସ୍ଥ୍ୟ, ରାଜସ୍ୱ ଓ ଖାଦ୍ୟ ଯୋଗାଣ ବିଭାଗର କେତୋଟି ପ୍ରସ୍ତାବ ଉପରେ ମୋହର ବାଜିପାରେ।