ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୪୫ରେ ବୈଠକ ବସିବ। ଏଥିରେ ମୋଟ ୧୨ଟି ପ୍ରସ୍ତାବ ଅନୁମୋଦନ ପାଇଁ ଆସିପାରେ। ଖଦ୍ୟା ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ନଗର, ଉନ୍ନୟନ , ସମବାୟ , ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତାବ ଅଣାଯାଉଛି। ବିଶେଷକରି ୧୬୦କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ ନେଇ ବୈଠକରେ ପ୍ରସ୍ତାବ ଅନୁମୋଦନ ଲାଭକରିପାରେ।