ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି
ପୁରୀ: ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି । ଅନବସର ଦଶମୀ ତିଥିରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହେବ ଚକା ବିଜେ ନୀତି । ଅନବସରର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ମହାପ୍ରଭୁଙ୍କ ଏବେ ଓଷ ଲାଗି ଶ୍ରୀଅଙ୍ଗ ସେବକ ମାନେ କରୁଛନ୍ତି ।
ଦଶମୀ ତିଥିରେ ଶ୍ରୀବୈଦ୍ୟଙ୍କ ଘରୁ ମଧ୍ୟ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିର କୁ ବିଜେ କରିବାର ପରମ୍ପରା ରହିଥିବା ବେଳେ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ଏହି ଔଷଧ ପ୍ରସ୍ତୁତି କରାଯାଇଥାଏ । ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ ସେବନ କରି ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହେବେ । ରାଜ ବଇଦଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦଶମୂଳ ମୋଦକକୁ ମହାପ୍ରଭୁଙ୍କୁ ସୁସ୍ଥ ହେବା ଲାଗି ଅର୍ପଣ କରାଯାଇଥାଏ ।