ଆଜି ଦଶମୀ ତିଥିରେ ଚକାବିଜେ କରିବେ ମହାପ୍ରଭୁ, ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ

ପୁରୀ(କେନ୍ୟୁଜ): ଫୁଲୁରୀ ତେଲ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଇଥିଲା । ଆଜି ଦଶମୀ ତିଥିରେ ଚକାବିଜେ କରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ । ଦଇତାପତି ସେବକ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଅଧିକ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ ।

ସେପଟେ ରାଜବୈଦ୍ୟମାନେ ୧୦ ପ୍ରକାର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ଶ୍ରୀବୈଦ୍ୟମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡାଳ ଲବଙ୍ଗ, ଖୁଆ ଆଦି ବିଭିନ୍ନ ପ୍ରବ୍ୟକୁ ମିଶାଇ ଔଷଧ ପ୍ରସ୍ତୁତ ହୋଇଥିବାବେଳେ ଆଜି ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ । ଆସନ୍ତାକାଲି ମହାପ୍ରଭୁ ଔଷଧ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ପରମ୍ପରା ରହିଛି । ଦ୍ୱାଦଶୀ ତିଥି ଦିନ ଦଇତାପତି ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.