ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ପୁଣି ଆରମ୍ଭ ହେଲା ରଥ ଟଣା

ପୁରୀ:  ଜନ୍ମବେଦୀ ମୁହାଁ ତିନି ଠାକୁର ।  ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ । ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ତାଙ୍କ ପଛକୁ ଆସୁଛନ୍ତି ମା’ ସୁଭଦ୍ରାଙ୍କ ।

ମା’ ସୁଭଦ୍ରା ଦର୍ପଦଳନ ରଥରେ ବସି ମାଉସୀ ମା’ ଘରକୁ ଛୁଟି ଆସୁଛନ୍ତି । ଆଉ ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି ଭାବ ବିନୋଦିଆ କାଳିଆ ସାଆନ୍ତ । ରଥରେ ୩ ଠାକୁରଙ୍କୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ । ଘଣ୍ଟଘଣ୍ଟା, ବାଦ୍ୟ, ହଳହୁଳି ଶବ୍ଦରେ ପ୍ରକମ୍ପିତ ହେଇ ଉଠୁଛି ବଡ଼ଦାଣ୍ଡ ।

ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ସ୍ବୟଂ ପରଂବ୍ର ହ୍ମ। ରତ୍ନବେଦୀ ଛାଡ଼ି ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରାରେ ମହାବାହୁ। ୩ ରଥରେ ଚତୁର୍ଦ୍ଧା ମୂର୍ତ୍ତି। ବାଟରେ ଅଟକି ଯାଇଛନ୍ତି ଶ୍ରୀଜିଉ ।ମରିଚିକୋଟ ଛକ ନିକଟରେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ସିଂହଦ୍ବାର ନିକଟରୁ ମାତ୍ର କିଛି ଦୂର ଗଡ଼ିଛି ନନ୍ଦିଘୋଷ ରଥ।