ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ

navin pattnaikପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପୁରୀ ଶ୍ରୀମନ୍ଦିର ସେବାୟତ। ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ବିଭିନ୍ନ ନିଯୋଗର ପାଖାପାଖି ୧୦ ଜଣ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଶ୍ରୀମନ୍ଦିର ନେଇ ସୁପ୍ରମିକୋର୍ଟଙ୍କ ରାୟ ଉପରେ ଆଲୋଚନା କରିବାର କାର୍ୟ୍ୟକ୍ରମ ଥିବା କୁହାଯାଉଛି।

ବଂଶାନୁକ୍ରମିକ ସେବାୟତ ନିଯୁକ୍ତ ନକରିବା, ଯୋଗ୍ୟତା ଭିତ୍ତିରେ ସେବାୟତ ନିଯୁକ୍ତି ପାଇଁ ସୁପ୍ରମିକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲା ଜଜ୍। ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି। ଗତ ୬ ତାରିଖରେ ପୁରୀରେ ହୋଇଥିବା ଶେଷ ସମନ୍ଵୟ କମିଟି ବୈଠକରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.