ଆଜି ଚିତଲାଗି ଅମାବାସ୍ୟା , ଶ୍ରୀଜିଉଙ୍କୁ ଲାଗି ହେବ ରତ୍ନଚିତା

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ଆଜି ଚିତଲାଗି ଅମାବାସ୍ୟା । ମହାପ୍ରଭୁଙ୍କୁ ଲାଗି ହେବ ରତ୍ନଚିତା । ଜଗନ୍ନାଥଙ୍କୁ ହୀରା ଚିତା, ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନ ଚିତା ଲାଗି ହେବ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ ।

ଏହାପରେ ଶ୍ରୀଜିଉ ମାନଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବା ପରେ ପତି ମହାପାତ୍ର, ବାଡଗ୍ରାହୀ ଦଇତା ଚିତାଲାଗି କାର୍ଯ୍ୟ କରିବେ । ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜିଉ ମାନଙ୍କ ଶ୍ରୀକପାଳ ଦେଶରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.