ରାୟଗଡ଼ା ଗସ୍ତରେ ଯିବେ ନବୀନ, ଜିଷ୍ଟ ପଡ଼ିଆ ମିଶନ ଶକ୍ତି କାର୍ଯ୍ୟକ୍ରମରେ କରିବେ ଯୋଗଦାନ

ରାୟଗଡ଼ା (କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ । ପୂର୍ବାହଣ ୧୧ଟାରେ ସ୍ଥାନୀୟ ଖଲିଗୁଡ଼ା ସ୍ଥିତ ଜିଷ୍ଟ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମିଶନ ଶକ୍ତି ସମାବେଶରେ ୫୦ ହଜାରରୁ ଅଧିକ ମହିଳାଙ୍କ ସମାଗମ ହେବ । ରାୟଗଡ଼ା ଜିଲ୍ଲା ପାଇଁ ୭୩୭ କୋଟି ୪୨ଲକ୍ଷ ଟଙ୍କାର ୮୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ନବୀନ। ଏହାସହ ୫୩୨ କୋଟି ୫୮ ଲକ୍ଷ ଟଙ୍କାର ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଭାସ୍ଥଳ ପରିସରରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ରାୟଗଡ଼ା ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.