ରାଜ୍ୟ

BSKY ନବୀନ କାର୍ଡର ପଞ୍ଜିକରଣର ସମୟ ସୀମା ବୃଦ୍ଧି, ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା

ଭୁବନେଶ୍ୱର (କେନ୍ୟୁଜ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପାଇଁ ଗତ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଯାଇଛି ଆବେଦନ ଓ ପଞ୍ଜିକରଣ । ଆଜି ଏହି କାର୍ଡ ପଞ୍ଜିକରଣ ପାଇଁ ଶେଷଦିନ ଥିଲା । ଅର୍ଥାତ୍ ଏହା ଜାନୁଆରୀ ୧୬ ତାରିଖ ଯାଏ ଚାଲିବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ, ଆଜି ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି ।

୧୬ ତାରିଖ ନୁହେଁ ବରଂ ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା । ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି । ଏବେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏନେଇ ସରକାରୀ ଭାବେ ଆଜି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKYରେ ନାହାନ୍ତି, ସେମାନେ ଏହି ନୂଆ ଯୋଜନାରେ ସାମିଲ ହେବେ । ସେମାନେ ସମସ୍ତେ ନୂଆ BSKY-ନବୀନ କାର୍ଡ ପାଇବେ ।

ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ସାମିଲ ହେବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ବାସିନ୍ଦା ଓ ସରକାରୀ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି କଟକରେ ଏକ ସମାବେଶର ଯୋଗଦେଇ ଫାଇଭଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି ।

କେମିତି କରିବେ ଆବେଦନ?

www.bskynabin.odisha.gov.in ଜରିଆରେ କରିବେ ଆବେଦନ ।
ପାଖରେ ରାସନକାର୍ଡ ନଥିଲେ ମଧ୍ୟ କାର୍ଡ ପାଇଁ ଆବେଦନ କରିପାରିବେ ।
ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ ।
ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ ।

କିଏ ହେବେ ଉପକୃତ ?

ସରକାରୀ ବିଜ୍ଞପ୍ତି ଅନୁଯାୟୀ, BSKY ନବୀନ୍ କାର୍ଡ ଅନୁଯାୟୀ ପଞ୍ଜୀକରଣ ପାଇଁ ଯୋଗ୍ୟତା ହାସଲ କରିବାକୁ ପରିବାରର ସମସ୍ତ ସଦସ୍ୟ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିବା ଆବଶ୍ୟକ:

-ଗ୍ରାମାଞ୍ଚଳରେ ବାସ କରିବା
-୨୦୨୨-୨୩ ଆର୍ଥିକ ବର୍ଷରେ ପରିବାର କୌଣସି ସଦସ୍ୟ ଆୟକରଦାତା ହୋଇନଥିବେ ।
-କୌଣସି ପରିବାର ସଦସ୍ୟ ନିୟମିତ ସରକାରୀ କର୍ମଚାରୀ କିମ୍ବା ସରକାରୀ ପେନସନଭୋଗୀ ହୋଇନଥିବେ ।
-କୌଣସି ପରିବାର ସଦସ୍ୟ BSKY ହିତାଧିକାରୀ /ରାସନ କାର୍ଡ ଧାରକର ଅଂଶ ହୋଇନଥିବେ ।

ପଞ୍ଜୀକରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ:

-‘ହେଡ୍ ଅଫ୍ ଫ୍ୟାମିଲି’ (HoF) ନାମରେ ପଞ୍ଜୀକରଣ କରାଯିବା ଉଚିତ୍।
-୧୮ ବର୍ଷରୁ ଅଧିକ କୌଣସି ସଦସ୍ୟ ପରିବାର ପକ୍ଷରୁ BSKY-ନବୀନ କାର୍ଡ ଯୋଜନା ପାଇଁ ଆବେଦନ କରିପାରିବେ।
-ଆବେଦନକାରୀଙ୍କର ଆଧାର କାର୍ଡ ଏକ ଆକ୍ଟିଭ୍ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ ।
-ଆବେଦନକାରୀଙ୍କ ପାଇଁ ଆଧାର ଆଧାରିତ e- KYC ବାଧ୍ୟତାମୂଳକ ଅଟେ ।
-୧୮ ବର୍ଷରୁ ଅଧିକ ପରିବାରର ସମସ୍ତ ସଦସ୍ୟଙ୍କ ଭୋଟର କାର୍ଡ ।
-ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଗ୍ରହଣ କରିବାକୁ ଆବେଦନକାରୀ ଏବଂ ହେଡ୍ ଅଫ୍ ଫ୍ୟାମିଲିଙ୍କର ମୋବାଇଲ୍ ନମ୍ବର ଥିବା ଆବଶ୍ୟକ।
ଆବେଦନକାରୀଙ୍କ ବର୍ତ୍ତମାନର ଫଟୋଗ୍ରାଫ୍ ।
-୫ ବର୍ଷରୁ କମ୍ ପିଲାମାନଙ୍କ ସମେତ ପରିବାର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ।
-ଯଦି ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କର ଆଧାର କାର୍ଡ ନାହିଁ , ତେବେ ଜୁନ୍୩୦, ୨୦୨୪ ସୁଦ୍ଧା ଆଧାର କାର୍ଡ ନମ୍ବର ଦାଖଲ କରିବାକୁ ପଡିବ ।

 

Sonalisa

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago