ଆଜି ସୂର୍ଯ୍ୟକିରଣ ଏୟାର ଶୋ, ଭୂମିରୁ ୫୦୦ ହଜାର ଫୁଟ ଉପରେ ଆକାଶରେ ଗର୍ଜନ କରିବ ଲଢ଼ୁଆ ହକ୍ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଆଜି ସୂର୍ଯ୍ୟକିରଣ ଏୟାର ଶୋ। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆଜି ଦିନ ୧୦ରୁ ୧୧ଟା ମଧ୍ୟରେ ହେବ ସୂର୍ଯ୍ୟକିରଣ ଶୋ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ୧୮ରୁ ୨୦ମିନିଟର ସୂର୍ଯ୍ୟକିରଣ ଏୟାର ସୋ’ ହେବ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ଆକାଶରେ ସମରକଳା ଦେଖାଇବ ବାୟୁସେନା ଟିମ୍‌। ସୋ’ର ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ ।

ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ଘଣ୍ଟା ପ୍ରତି ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ କଳାକୌଶଳ ପ୍ରଦର୍ଶନ କରିବେ । ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରଙ୍କ ସହ ୧୫ ପ୍ଲାଟୁନ୍‌ ପୋଲିସ୍‌ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିଭଳି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଶୋକୁ ପ୍ରାୟ ୫୦ ହଜାର ଲୋକ ଦେଖିବାର ବ୍ୟବସ୍ଥା କରାଯାଇଥିବାବେଳେ ୧୨ଶହ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା କରାଯାଇଛି। ଆଜାଦି କା ଅମୃତ ମହୋତ୍ସବ ଅବସରରେ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକରିଣ ଏୟାର ଶୋ ପାଇଁ ଫଲ୍‌ ଡ୍ରେସ୍‌ ରିହର୍ସାଲ୍‌ ଶେଷ ହୋଇଛି।

Leave A Reply

Your email address will not be published.