ରାଜ୍ୟରେ କରୋନାକୁ ପୂରିଲା ବର୍ଷେ, ଆଜିର ଦିନରେ ଚିହ୍ନଟ ହୋଇଥିଲେ ଓଡିଶାର ପ୍ରଥମ କରୋରା ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱରରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଓଡ଼ିଶାର କୋଭିଡ୍‌ ମୁକାବିଲାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି । ରାଜ୍ୟ ଆଗୁଆ ପଦକ୍ଷେପ ନେଇଥିଲା । କୋଭିଡ୍‌ ପାଦ ଥାପିବା ପୂର୍ବରୁ ଜାନୁଆରୀ ୨୦୨୦ରେ ଷ୍ଟେଟ୍‌ କଣ୍ଟ୍ରୋଲ ରୁମ୍‌ ଗଠନ କରାଯାଇଥିଲା । ମାର୍ଚ୍ଚ ୧୦ ଓ ୧୧ ଦୁଇ ଦିନ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା ପ୍ରଶିକ୍ଷଣ । ତୁରନ୍ତ କ୍ୟାପାସିଟି ବିଲ୍‌ଡିଂ କରାଯାଇଥିଲା। ଫଳରେ କୋଭିଡ୍‌ ଲଢେଇରେ ସାମିଲ ଥିଲେ ୩୩ ଲକ୍ଷ ୩୦ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ି ଯୋଦ୍ଧା ଓ ପଞ୍ଚାୟତ ପ୍ରତିନିଧି ।

corona
photo credit: punjabkesari.in

ମାର୍ଚ୍ଚ ୧୩ରେ ରାଜ୍ୟ ସରକାର କୋଭିଡ୍‌କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । ସେହି ଦିନ ହିଁ ମୁଖ୍ୟମନ୍ତ୍ରୀ ଓ ବିଧାୟକ ହାତଧୁଆ ନେଇ ସଚେତନା ସୃଷ୍ଟି ଅଭିଯାନ ଆରମ୍ଭ କଲେ । ମାର୍ଚ୍ଚ ୧୫ରେ ପ୍ରଥମ ସଂକ୍ରମିତ ଚିହ୍ନଟ ପରେ ତ୍ୱରିତ ପଦକ୍ଷେପ ନେଇଥିଲେ ସରକାର । ମାର୍ଚ୍ଚ ୧୭ରେ କୋଭିଡ୍‌କୁ ନେଇ ବିଭିନ୍ନ ସମନ୍ଵୟ କମିଟି ଗଠିତ କରାଯାଇଥିଲା । ମାର୍ଚ୍ଚ ୨୧ରେ ରାଜ୍ୟରେ ଲକ୍‌ଡାଉନ ଆରମ୍ଭ ହୋଇଥିଲା । ଦେଶରେ ଲକ୍‌ଡାଉନ ଲାଗୁ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଲକ୍‌ଡାଉନ୍‌ ଲାଗୁ ସମୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ରହିଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଲାଗୁ ହୋଇଥିଲା ଲକ୍‌ଡାଉନ୍‌ । ମାର୍ଚ୍ଚ ୨୫ରେ କୋଭିଡ୍‌ ହସ୍ପିଟାଲ ପାଇଁ ଏମ୍‌ଓୟୁ କରିଥିଲେ ସରକାର । ୧୦୦୦ ଶଯ୍ୟାର ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପାଇଁ ଚୁକ୍ତି ହୋଇଥିଲା । ଏହପରେ ଧିରେଧିରେ ରାଜ୍ୟରେ ୫୩ ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା । ପିପିପି ମୋଡ୍‌ରେ ପ୍ରତିଷ୍ଠା ହୋଇଥିଲା କୋଭିଡ୍‌ ହସ୍ପିଟାଲ ।

corona2କୋଭିଡ ମୁକାବିଲାରେ ଆଗୁଆ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଥିଲା । କେବଳ ଏତିକି ନୁହଁ ଜୁଲାଇ ୧୫ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କାମ ଆରମ୍ଭ କରିଥିଲେ ସରକାର । ଏହାସହ ଜୁଲାଇ ୧୫ରୁ ହିଁ ହଟ୍‌ସ୍ପଟ୍‌ ଜିଲ୍ଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଥିଲା । କୋଭିଡ୍‌ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରଭାବୀ ସୁଶାସନ ଓ ନିଷ୍ପତ୍ତି । ସରପଞ୍ଚକୁ ପ୍ରଦାନ କରାଯାଇଥିଲା ଜିଲ୍ଲାପାଳଙ୍କ କ୍ଷମତା । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଓ ଟିଏମ୍‌ସି ପରିଚାଳନା ନେଇ ସରପଞ୍ଚଙ୍କୁ ଦିଆଯାଇଥିଲା କ୍ଷମତା । ଏହାସହ ଔଷଧ ଓ ମାସ୍କ, ପିପିଇ କିଟ୍‌ କିଣିବାରେ ତ୍ୱରିତ ପଦକ୍ଷେପ ନେଇଥିଲେ ସରକାର । ଜନସାଧାରଣକୁ ଅବଗତ କରାଇବାକୁ ନିୟମିତ ପ୍ରେସ୍‌ ମିଟ୍‌ କରାଯାଉଥିଲା । କୋଭିଡ୍‌ ମୁକାବିଲାରେ ପ୍ରବାସୀ ପରିଚାଳନା ମଧ୍ୟ ପ୍ରଂଶନୀୟ ଥିଲା । ୧୬ ହଜାର ୮୨୪ଟି ଟିଏମ୍‌ସିରେ ୭ ଲକ୍ଷ ୬୦ ହଜାର ପ୍ରବାସୀଙ୍କୁ ରଖାଯାଇଥିଲା।

Leave A Reply

Your email address will not be published.