ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନାୟକ ଡକ୍ଟର ରାଧାନାଥ ରଥଙ୍କ ଆଜି ୨୨ ତମ ଶ୍ରାଦ୍ଧବାର୍ଷିକୀ, ଯୋଗଦେଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦକ, ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନାୟକ ଡକ୍ଟର ରାଧାନାଥ ରଥଙ୍କ ଆଜି ୨୨ ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । କଟକ ସମାଜ ଅଫିସ୍‌ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଓ ଡକ୍ଟର ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ରାଧାନାଥ ରଥ ସମାଜର ପୂର୍ବତନ ସଂପାଦକ ଭାବେ ଓଡ଼ିଶା ବାସୀଙ୍କ ନିକଟରେ ଯେତିକି ପରିଚିତ ଜଣେ ନୀତିନିଷ୍ଠ ସେବକ, ଗରିବଙ୍କ ଦରଦୀ ବନ୍ଧୁ, ସମାଜସେବୀ ତଥା କର୍ମଠ ବ୍ୟକ୍ତିତ୍ୱ ଭାବେ ତାଠାରୁ ବେଶୀ ଜନମାନସରେ ପରିଚିତ । ଉତ୍କଳମଣି ଗୋପବନ୍ଧୁଙ୍କର ସେ ପଟ୍ଟଶିଷ୍ୟ ଥିଲେ । ଗୋପବନ୍ଧୁ ସମାଜ ରୂପୀ ଚାରାଙ୍କୁ ତାଙ୍କ ହାତରେ ଦେଇ ଯାଇଥିଲେ । ଯାହାକି ତାଙ୍କ ପ୍ରଚେଷ୍ଟାରେ ଏକ ମହାଦ୍ରୁମରେ ପରିଣତ ହୋଇପାରିଛି ବୋଲି ଡକ୍ଚର ସାମନ୍ତ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.