ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ, ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ(କେନ୍ୟୁଜ୍): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ମାଆ ସୁଭଧ୍ରା। ଏଥିପାଇଁ ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତି ଶେଷ ହୋଇଛି।

ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ ୪ଟି ବଡ଼ ରାକ୍ଷୀ ପ୍ରସ୍ତୁତ ହୋଇଛି। ୨ଟି ଲେଖାଏଁ ଚାରୋଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି। ପାଟରା ବିଶୋଇ ସବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ। ବଡ଼ ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ସନ ସୁସଜ୍ଜିତ ବଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରଣୀ କୂଳରେ ପହଞ୍ଚିବା ପରେ ଜନ୍ମ ନୀତି ସମ୍ପନ୍ନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.