ଆଜି ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କୁ ବନକ ଲାଗି ନୀତି

ପୁରୀ : ଦିନକ ପରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କୁ ବନକ ଲାଗି ନୀତି। ଦତ୍ତ ମହାପାତ୍ର ସେବାୟତ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ପାଇଁ ଆଜି ପୂର୍ବାହ୍ନରେ ଦତ୍ତମହାପାତ୍ର ଶ୍ରୀମନ୍ଦିର ପ୍ରବେଶ ସହ ରାତି ୧ଟାଏରୁ ୫ଟା ମଧ୍ୟରେ ଶ୍ରୀମୁଖ ଶୃଙ୍ଗାର ପାଇଁ ସମୟ ନିର୍ଦ୍ଧାରିତ ହୋଇଛି। ଗତକାଲି ତ୍ରୟୋଦଶୀରେ ମହାପ୍ରଭୁଙ୍କ ଘଣାଲାଗି ନୀତି ସଂପନ୍ନ ହୋଇଛି।

ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇ ସୁଦ୍ଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ଯାଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଳି ପ୍ରଲେପ ଦିଆଯାଇଛି। ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। କନକମୁଣ୍ଡି ନିର୍ମାଣ ସହ ପିତ୍ତଳ କାମ ଚାଲିଛି। ଦରଜୀ ସେବାୟତଙ୍କ ଦ୍ୱାରା ତିନି ରଥରେ ଚାଲିଛି କନା ପକାଇବା କାମ। ରଥ ବ୍ରେକ୍ କାମ ମଧ୍ୟ ସରିଛି। ଅଣସର ଘରୁ ବାହାରିବା ପରେ ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ୧୪ ତାରିଖରେ ଘୋଷଯାତ୍ରା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

You might also like