ତପସ୍ୱିନୀ-ସୁମିତଙ୍କ ବିବାଦ କେଉଁ ମୋଡ଼ ନେବ? ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆଗକୁ ତପସ୍ୱିନୀ-ସୁମିତଙ୍କ ବିବାଦ କେଉଁ ମୋଡ଼ ନେଉଛି, ତାରି ଉପରେ ନଜର । ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି । ତପସ୍ୱିନୀଙ୍କ ଶାଶୁ ଓ ଜେଜେମା’ଙ୍କ ପକ୍ଷରୁ ଘରୋଇ ହିଂସା ଆଇନରେ ଦାଖଲ ହୋଇଥିବା ମାମଲାର ଆଜି ଶୁଣାଣି ହେବ । ସେହିପରି ରିଲିଫ ପ୍ରଦାନ ନେଇ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ମୂଳ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ ।

ଅନ୍ୟପଟେ ତପସ୍ୱିନୀଙ୍କୁ କେବେ ମିଳିବ ୧୭ ହଜାର। ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ ଅନୁସାରେ ୧୦ ତାରିଖ ସୁଧା ତପସ୍ୱିନୀଙ୍କ ଭରଣ ପୋଷଣ ବାବଦରେ ସୁମିତଙ୍କୁ ୧୭ ହଜାର ଟଙ୍କା ପୈଠ କରିବାର ଥିଲା । ତେବେ ତାହା ହୋଇନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ଏନେଇ ତାଙ୍କ ଓକିଲ SDJM କୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ସୁମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହାର ଶୁଣାଣି ୧୯ ତାରିଖରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.