ଶ୍ୱଶୁର ଘରକୁ ଫେରିବେ କି ତପସ୍ୱିନୀ ? ଆଜି ରାୟ ଶୁଣାଇବେ SDJM କୋର୍ଟ

ବ୍ରହ୍ମପୁର(କେନ୍ୟୁଜ୍): ହେବ କି ସମାଧାନ। ଶ୍ୱଶୁର ଘରକୁ ଫେରିବେ କି ତପସ୍ୱିନୀ। ଆଜି ରାୟ ଶୁଣାଇବେ SDJM କୋର୍ଟ। ଉଭୟ ପକ୍ଷଙ୍କୁ କୋର୍ଟ ୨୪ଘଣ୍ଟା ସମୟ ଆଲୋଚନା ପାଇଁ ଦେଇଛନ୍ତି। ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ୧୧ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଧାରଣା ଗତକାଲି ଉଭୟ ପକ୍ଷ SDJMଙ୍କ କୋର୍ଟରେ ମାମଲାର ଶୁଣାଣି ପାଇଁ ହାଜର ହୋଇଥିଲେ।

tapaswini 2

ଉଭୟ ପକ୍ଷକୁ କାଉନସେଲିଂ କରିଥିଲେ SDJM। ଉଭୟଙ୍କ ପକ୍ଷରୁ ନିଜ ନିଜ ପକ୍ଷ ରଖି ମତାମତ ଶୁଣିବା ପରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବ। ସ୍ୱାମୀଙ୍କ ଘରେ ରହିବା ନେଇ କୋର୍ଟରେ ଆବେଦନ କରିଥିଲେ ତପସ୍ୱିନୀ ।ସ୍ୱାମୀଙ୍କୁ ପ୍ରଲୋଭିତ କରି ଶ୍ୱଶୁର ତାଙ୍କ ଠାରୁ ଦୂରେଇ ଦେଉଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.