କ’ଣ ହେବ ଅଭିଜିତ ଆୟର ମିତ୍ରଙ୍କ ଭାଗ୍ୟ ? ଆଜି କୋର୍ଟରେ ହାଜର ହେବା ନେଇ ତାରିଖ

ଭୁବନେଶ୍ବର(କେନ୍ଯୁଜ୍) : କ’ଣ ହେବ ଅଭିଜିତ ଆୟର ମିତ୍ରଙ୍କ ଭାଗ୍ୟ ? ଜାମିନ ପାଇବେ ନା’ ପୁଣି ଜେଲରେ ରହିବେ ? ଆଜି କୋର୍ଟରେ ହାଜର ହେବାନେଇ ତାରିଖ ରହିଛି । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଭିଡିଓକନଫେରନ୍ସିଂ ଜରିଆରେ ଶୁଣାଣି ହେବ । ପୋଲିସ କୋର୍ଟରେ ଯଥେଷ୍ଟ ତଥ୍ୟ ରଖି ପାରିଲେ ବିଚାରପତି ଅଭିଜିତଙ୍କ ଜାମିନ ଖାରଜ କରିପାରନ୍ତି । ସେପଟେ ଜାମିନ ପାଇଲେ ମଧ୍ୟ ଜେଲରେ ରହିବେ ଅଭିଜିତ ଆୟର । କାରଣ, ସହିଦନଗର ଛଡା କୋଣାର୍କ ଓ ଅରଖକୁଦା ଥାନାରେ ଅଭିଜିତଙ୍କ ବିରୁଦ୍ଧରେ ଆଉ ଦୁଇଟି ମାମଲା    ରହିଛି ।

Abhijit-Iyer-Mitraଓଡିଶା ଓ କୋଣାର୍କ ମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ଅଭିଜିତ ଆୟର ମିତ୍ର । ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଗତ ମାସ ୨୩ ତାରିଖରେ ଅଭିଜିତଙ୍କୁ ସହିଦନଗର ପୋଲିସ ଗିରଫ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତରେ ଦିନ କାଟୁଛନ୍ତି ଅଭିଜିତ୍‌ ।