ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି ନେଇ ହେବ ଶୁଣାଣି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟର ଏକ ଗ୍ରୀଷ୍ମ ଅବକାଶ ବେଞ୍ଚରେ ଗୁୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ ।
ଜଷ୍ଟିସ ବି.ଆର. ଗଭାଇ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏହାର ତାଲିକାଭୁକ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନକାରୀ ସୁମନ୍ତ କୁମାର ଘଡେଇଙ୍କ ପକ୍ଷରଚ ଆଇନଜୀବୀ ଗୌତମ ଦାସ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି ।
ଏହାର ଅତି ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ସେ ସୁପ୍ରିମକୋର୍ଟର ରେଜିଷ୍ଟରଙ୍କ ନିକଟରେ ସ୍ୱତନ୍ତ୍ର ଆବେଦନ ମଧ୍ୟ କରିଥିଲେ । ଫଳରେ ମାମଲା ତାଲିକାଭୁକ୍ତ କରାଯାଇ ଜଷ୍ଟିସ ବି.ଆର. ଗଭାଇ ଓ ବିଚାରପତି ହିମା କୋହଲିଙ୍କ କୋର୍ଟ ନମ୍ବର ୫ରେ ଶୁଣାଣି ପାଇଁ ଅନୁମତି ମିଳିଛି ।