ଆଜିଠୁ ରାଜ୍ୟରେ ବଢ଼ିବ ତାତି, ୩ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ପାରା

ଆଜିଠୁ ରାଜ୍ୟରେ ବଢ଼ିବ ତାତି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ବାତ୍ୟା ରେମାଲ ପ୍ରଭାବରେ ଗତକାଲି ରାଜ୍ୟର କିଛି କାଂଶରେ ପାଗ ମେଘୁଆ ଥିଲା।

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ରାଜ୍ୟରେ ବଢ଼ିବ ତାତି । ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ବାତ୍ୟା ରେମାଲ ପ୍ରଭାବରେ ଗତକାଲି ରାଜ୍ୟର କିଛି କାଂଶରେ ପାଗ ମେଘୁଆ ଥିଲା। ଆଜିଠୁ ପୁଣି ବଢ଼ିବ ତାତି । ଅନ୍ୟପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଆଜିଠୁ ଯଦି ତାପମାତ୍ରା ବୃଦ୍ଧି ହେବ ଜନଜୀବନ ଆହୁରି ଅସ୍ତବ୍ଯସ୍ତ ହୋଇପଡିବ । ସେପଟେ ଲୋକ ତାତିରୁ ତ୍ରାହି ପାଇବା ପାଇଁ ଥଣ୍ଡା ପାନୀୟ ସାଙ୍ଗକୁ ଆଖୁରସ, ଲସି ଭଳି ମୃଦ୍ଯୁ ପାନୀୟ ବ୍ଯବହାର କରୁଥିବା ଦେଖିବାକୁ ମିଳୁଛି । ଏବେ ମେ ମାସରେ ତାତି ଯେଉଁ ଭଳି ଭାବରେ ବଢ଼ି ଚାଲିଛି ମଣିଷଠୁ ଜୀବଜନ୍ତୁ ତ୍ରାହି ତ୍ରାହି ଡାକ ଦେଲେଣି । ଆଗକୁ ଆହୁରି ଯଦି ତାତି ବଢିବ ତା ହେଲେ ଜନ ଜୀବନ ବିପର୍ଯ୍ୟସ୍ତ ହେବା ନେଇ ସମ୍ଭାବନା ରହିଛି l

Leave A Reply

Your email address will not be published.