ପୋଲିସ-ଓକିଲ ବିବାଦ ମାମଲା, ଆଜି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

କଟକ(କେନ୍ଯୁଜ୍) : ପୋଲିସ-ଓକିଲ ବିବାଦ ମାମଲାରେ ଆଜି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ । ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ ଚାଲିଥିବାବେଳେ ପୋଲିସ କର୍ମଚାରୀଙ୍କୁ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ପ୍ରଶ୍ନ କରିଥିଲେ ହାଇକୋର୍ଟ । କାହିଁକି ଓ କିପରି ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ସେ ବାବଦରେ ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ଅପରାହ୍ନ ୨ଟାରେ ପୁଣି ହାଇକୋର୍ଟ ବାର୍‌ ଆସୋସିଏସନ ବୈଠକ ବସିବ । ସେଥିରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କଟକରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମରା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଏଭିତରେ ଦୁଇ ମାସରୁ ଅଧିକ ଦିନ ହେଲାଣି । ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର‌୍ୟ୍ୟ ବାଧାପ୍ରାପ୍ତ ହେଉଛି ।