ଆନ୍ଦୋଳନରୁ ଓହରିବେ କି ନାହିଁ ଆଇନଜୀବୀ ? ଆଜି ବସୁଛି ହାଇକୋର୍ଟ ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକ

ଭୁବନେଶ୍ବର(କେନ୍ଯୁଜ୍) : ଆନ୍ଦୋଳନରୁ ଓହରିବେ କି ଆଇନଜୀବୀ ? ଆଜି ବସୁଛି ହାଇକୋର୍ଟ ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକ । ଏଥିରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଗତକାଲି ଏକାଠି ହୋଇଥିଲେ ରାଜ୍ୟର ୭୫ଟି ବାର୍ ଆସୋସିଏସନ୍ର କର୍ମକର୍ତ୍ତା । ଆଇନଜୀବୀଙ୍କ ଆନ୍ଦୋଳନର ପରବର୍ତ୍ତୀ ପଦକ୍ଷେପ ନେଇ ବିଚାରବିମର୍ଶ କରାଯାଇଥିଲା । ହାଇକୋର୍ଟ ବାର୍ ଆସୋସିଏସନ୍ ନିଷ୍ପତ୍ତିରେ ସହମତ ଅଛନ୍ତି ସମସ୍ତ ବାର୍ ଆସୋସିଏସନ୍ ।
ଆଜି ସାଧାରଣ ପରିଷଦ ବୈଠକରେ ବିଭିନ୍ନ ବାର୍ ଆସୋସିଏସନ୍ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । କାର୍ଯ୍ଯବନ୍ଦ ଆନ୍ଦୋଳନ ସମ୍ପର୍କରେ ସ୍ଥିର ହେବ ପରବର୍ତ୍ତୀ ନିଷ୍ପତ୍ତି । କଟକରେ ଆଡଭୋକେଟ୍ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୋଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି ଆଇନଜୀବୀ । ଆଇନଜୀବୀମାନେ ଅଗଷ୍ଟ ୨୯ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।