ଆଇନଜୀବୀଙ୍କୁ ପୋଲିସର ମାଡ଼ ପ୍ରତିବାଦ ଘଟଣା : ୨ ମାସ ହେଲା ଚାଲିଛି ଆନ୍ଦୋଳନ, ଆଜି ବସୁଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ(କେନ୍ଯୁଜ୍) : କାର୍ଯ୍ଯବନ୍ଦ ଆନ୍ଦୋଳନରୁ ଓହରିବେ କି ଆଇନଜୀବୀ ? ଏନେଇ ଆଜି ବସୁଛି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପରବର୍ତ୍ତୀ କାର୍ଯ୍ଯପନ୍ଥା ନେଇ ବୈଠକରେ ଆଲୋଚନା କରାଯିବ । କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଅଗଷ୍ଟ ୨୯ ତାରିଖରୁ ଆନ୍ଦୋଳନ କରୁଛନ୍ତି ଆଇନଜୀବୀ । କୋର୍ଟକାର୍ଯ୍ଯ ବନ୍ଦ କରିଛନ୍ତି ।

madaକଟକ ନୂଆବଜାର ଓଭରବ୍ରିଜ ନିକଟରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଛନ୍ତି ଆଇନଜୀବୀ। ଦୁଇ ମାସ ଧରି ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ଯ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସହ ନିମ୍ନ ଅଦାଲତରେ ଅଚଳାବସ୍ଥା ଜାରି ରହିଛି ।